କଟକ: ବାରବାଟୀ ଷ୍ଟାଡିୟମରେ ରବିବାର ଭାରତକୁ ଦକ୍ଷିଣ ଆଫ୍ରିକା ୪ ୱିକେଟ୍ରେ ପରାସ୍ତ କରିଛି। ପୁଣି ଥରେ ପରାଜୟର ସାମ୍ନା କରିଛି ଟିମ୍ ଇଣ୍ଡିଆ । ଚଳିତ ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୧୪୯ ରନ୍ର ବିଜୟ ଲକ୍ଷ୍ୟକୁ ୫ଟି ୱିକେଟ ହରାଇ ୧୮.୨ ଓଭରରେ ପୂରା କରିଛି। ଦକ୍ଷିଣ ଆଫ୍ରିକାର ବିଜୟରେ ହେନ୍ରିଚ୍ କାଲସେନ ହିରୋ ସାଜିଥିଲେ। ସେ ୪୬ଟି ବଲ୍ ସାମ୍ନା କିର ୭ଟି ଚୌକା ଓ ୫ଟି ଛକା ବଳରେ ୮୧ ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ଦକ୍ଷିଣ ଆଫ୍ରିକା ଚଳିତ ଟି-୨୦ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି।
ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବଭୂମା ୩୫ ରନ୍, ରିଜା ହେଣ୍ଡରିକ୍ ୪ ରନ୍, ଡ୍ବାଇନ୍ ପ୍ରିଟୋରିୟସ ୪ ରନ୍, ଭାନ୍ ଡେର ଦୁସାନ ୧ ରନ୍, ଡେଭିଡ ମିଲର ଅପରାଜିତ ୨୦ ରନ୍, ୱେନ ପର୍ନେଲ ୧ ରନ୍ କରିଥିଲେ। ଭାରତ ପାଇଁ ଭୁବନେଶ୍ବର କୁମାର ୪ଟି ୱିକେଟ ନେଇଥିଲା ବେଳେ ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।
ଭାରତ ପରାସ୍ତ ହୋଇଥିଲେ ବି ବାରବାଟୀ ଷ୍ଟାଡିୟମ୍ରେ ଭୁବନେଶ୍ବର କୁମାର ପ୍ରଶଂସନୀୟ ବୋଲିଂ କରିଥିଲେ। ଭୁବନେଶ୍ବର କୁମାର ୪ ଓଭର ବୋଲିଂ କରିଥିଲେ। ସେ ମାତ୍ର ୧୩ ରନ ଖର୍ଚ୍ଚ କରିଥିଲେ। ଏଥିରେ କମ ସମୟ ମଧ୍ୟରେ ୩ଟି ୱିକେଟ ସାମିଲ ଥିଲା, ଯାହା ଦ୍ବାରା କି ସେ ଦର୍ଶକଙ୍କର ହୃଦୟ ଜିତିଛନ୍ତି। ତାଙ୍କର ପାଖରେ ଥିବା ଅଭିଜ୍ଞତାକୁ ଆଜି ବାରବାଟୀରେ ପ୍ରମାଣିତ କରିଛନ୍ତି।
