ନୂଆଦିଲ୍ଲୀ : କ୍ୟାନସର ପରେ ଏବେ HIV ଏଡସ୍ ଭଳି ଦୁରାରୋଗର ଚିକିତ୍ସା ପାଇଁ ଆସିଲା ସଂଜୀବନୀ | ଖୁବଶିଘ୍ର ଇସ୍ରାଏଲର ବୈଜ୍ଞାନିକମାନେ ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି ଯାହାର ଗୋଟିଏ ଡୋଜ୍ ଟିକା ନେଲେ ଭଲ ହୋଇପାରିବ ଏଡସ୍ ଭଳି ରୋଗ । ଇସ୍ରାଏଲର ତେଲ୍ ଅବିବ ବିଶ୍ୱ ବିଦ୍ୟାଳୟରେ ଏହାର ପରୀକ୍ଷଣ ହୋଇଛି ।
ବୈଜ୍ଞାନିକମାନେ ଜିନ୍ ଏଡିଟିଙ୍ଗ୍ ଟେକନୋଲୋଜି ଦ୍ବାରା ଏହି ଟିକା ପ୍ରସ୍ତୁତ କରିଛନ୍ତି। ମୁଷା ଉପରେ ଏବେ ଏହାର ପ୍ରୟୋଗ କରାଯାଇଛି।ଏହା ମୂଷାର ଇମ୍ୟୁନ ସିଷ୍ଟମରେ HIV ଭାଇରସ ବିରୋଧର ଲଢିବା ଲାଗି ଆଣ୍ଟିବଡି ବିକଶିତ କରିଛି। ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ୍-ବି-ଧଳା ରକ୍ତ କଣିକାର ଜିନରେ କିଛି ପରିବର୍ତ୍ତନ କରିଥିଲେ । ରକ୍ତ କଣିକାରେ ପରିବର୍ତ୍ତନ କରିବା ପରେ ଏହା HIV ଏଡସକୁ ମାତ୍ ଦେବାରେ ସମ୍ଭବ ହେଉଛି । ଏହି ସଫଳତା ଆଶା ବଢ଼ାଇ ଦେଇଛି ଯେ HIV ଏଡସ୍ ଭଳି ରୋଗର ଚିକିତ୍ସା ମଧ୍ୟ ଦୂର ନୁହେଁ । ଏହି ରୋଗର ଶିକାର ବ୍ୟକ୍ତିଙ୍କ ଇମ୍ୟୁନ ସିଷ୍ଟମ୍ ବହୁତ ଦୁର୍ବଳ ହୋଇଥାଏ। ଭାଇରସ ଲଢିବାରେ ସକ୍ଷମ ହୋଇନଥାନ୍ତି।
ଗବେଷଣାରେ ଏହା ଦାବି କରାଯାଇଛି ଯେ ଏହି ଔଷଧ ଦ୍ବାରା ସୃଷ୍ଟି ହେଉଥିବା ଆଣ୍ଟିବଡିଜ୍ ସୁରକ୍ଷିତ ଏବଂ ପ୍ରଭାବି।
