ଲକାନଗିରିରୁ ଆସିଲା ସାଂଘାତିକ ଅଭିଯୋଗ HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନକରି ଫେରାଇଲେ ଡାକ୍ତର

ସତ୍ୟପାଠ 28/12 ଲକାନଗିରି: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ଜଣେ HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଛି । କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଣେ ଏଚ୍ଆଇଭି ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସ ନ କରାଇ ଡାକ୍ତର ଫେରାଇ ଦେଇଥିବା ପ୍ରସୂତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ମାତ୍ର ମହିଳା ଜଣକ ଏଚ୍ଆଇଭି ପଜିଟିଭ୍ ଜାଣିବା ପରେ ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କର ଚିକିତ୍ସା ନ କରି ସେଠାରୁ ଫେରାଇ ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହିଥିବା ଅଭିଯୋଗ ହୋଇଛି। ଏପରିକି ଆମ୍ବୁଲାନ୍ସ ମଧ୍ୟ ପ୍ରସୂତିଙ୍କୁ ନେବାକୁ ମନାକରିଦେଇଥିଲା ଫଳରେ ପରିବାର ଲୋକେ ବାଇକ୍‌ରେ ଆଣିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘରେ ପହଞ୍ଚିବା ପରେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏପରି ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି | ଗୋଟେପଟେ HIV ସଂକ୍ରାମିତଙ୍କ ଚିକିତ୍ସା ଲାଗି ଅନେକ ଯୋଜନା ଓ ସେମାନଙ୍କ ସମାଜରେ ରହିବାକୁ ଅନେକ ବ୍ୟବସ୍ଥା କରୁଥିବାବେଳେ ଏଠି କିନ୍ତୁ ସ୍ଥିତି ଅଲଗା |

Related Posts