ଭୁବନେଶ୍ୱର: ରାଜ୍ୟରେ ଏବେ ଉପରମୂହା କରୋନା ସଂକ୍ରମଣ । ଧୀରେ ଧୀରେ ପୁଣି ସଂକ୍ରମଣ ବଢିବାରେ ଲାଗିଛି। ଗତ କିଛିଦିନ ହେବ ୨୦ ଭିତରେ ସଂକ୍ରମଣ ରହୁଥିବାବେଳେ ଗୁରୁବାର ତାହା ବଢି ୪୧ରେ ପହଞ୍ଚିଛି।
କେବଳ ରାଜ୍ୟରେ ନୁହେଁ, ଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। 10 ହଜାର ଅତିକ୍ରମ କରିଛି ସଂକ୍ରମଣ ହାର । ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁଭଳି ସର୍ଭିଲାନ୍ସ ଚାଲିବ କଥା ଚାଲିଛି। ଯେଉଁମାନଙ୍କ ଠାରେ ଲକ୍ଷଣ ରହିଛି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ। ଭିଡ଼କୁ ଯାଆନ୍ତୁ ନାହିଁ କି ଭିଡ଼ କରନ୍ତୁ ନାହିଁ। ନିୟମିତ ମାକ୍ସ ପିନ୍ଧନ୍ତୁ। ଅଳ୍ପ ବଢିଲେ ବି ତାକୁ ଅଣଦେଖା ନ କରି ସତର୍କ ରହିବାକୁ ପଡିବ। ଏବେ ଟେଷ୍ଟିଂ ବଢାଇବା ପାଇଁ ଜୋର ଦିଆଯାଉଛି। ସାସ୍ଥ୍ୟ ବିଭାଗ ପକ୍ଷରୁ ଏ ଭିତରେ ଦୁଇ ତିନି ଥର ସମୀକ୍ଷା ନିଆଯିବା ସହ ଜିଲ୍ଲାପାଳ ମାନଙ୍କୁ ସଂକ୍ରମଣ ଉପରେ ସ୍ଵତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜୁନ ୨୧ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସର୍ଭିଲାନ୍ସ ଚାଲିବ। ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ।





