ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନ କଲେ ସୁପ୍ରିମକୋର୍ଟ । ଏହା ସହ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଯେଉଁମାନେ ହିଂସା ଘଟାଇଛନ୍ତି ସେମାନଙ୍କ ଘରେ ବୁଲଡୋଜର କାର‌୍ୟ୍ୟାନୁଷ୍ଠାନ ସମ୍ପର୍କରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କଠାରୁ ତିନି ଦିନ ମଧ୍ୟରେ ଉତ୍ତର ମାଗିଛନ୍ତି। ଏହା ସହିତ ଆସନ୍ତା ସପ୍ତାହରେ ଶୁଣାଣି ହେବାର ଆଲୋଚନା ହେବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ୟୁପି ସରକାରଙ୍କୁ କୁହାଯାଇଛି ଯେ ନିୟମ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ସଂପୃକ୍ତ ବ୍ୟକ୍ତି ଠିକ୍ ସମୟରେ ନୋଟିସ୍ ଏବଂ ତା’ପରେ ପ୍ରତିକ୍ରିୟା କରିବାର ଅଧିକାର ପାଇବା ଉଚିତ୍ ବୋଲି କହିଛନ୍ତି ।

ସେପଟେ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରି ବୁଲଡୋଜର ଚଳାଇ ସେମାନଙ୍କ ଘର ଦ୍ୱାର ଭାଙ୍ଗୁଥିବା କୋର୍ଟରେ ମାମଲା ରୁଜୁ ହୋଇଥିଲା । ଭାଙ୍ଗିବା ପୂର୍ବରୁ ସମ୍ପତ୍ତିର ଅଧିକୃତ ବ୍ୟକ୍ତିଙ୍କୁ କୌଣସି ନୋଟିସ ଦିଆଯାଉ ନାହିଁ। ଜମାଇତ୍-ଉଲମା-ଇ-ହିନ୍ଦ ପକ୍ଷରୁ ଏ ସମ୍ପର୍କରେ କୋର୍ଟରେ ମାମଲା ରୁଜୁ ହୋଇଥିଲା। ସରକାର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବ୍ୟକ୍ତଙ୍କ ସମ୍ପତ୍ତିକୁ ଦେଖି ନିଶାନା କରୁଥିବା ଆବେଦନରେ ଦର୍ଶାଯାଇଥିଲା। ସେହିପରି ବିନା ଆଇନ ପ୍ରକ୍ରିୟାରେ ପରବର୍ତ୍ତୀ ଭଙ୍ଗାରୁଜ ଉପରେ ରୋକ ଲଗାବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ନିତ୍ୟ ରାମ କ୍ରିଷ୍ଣ ପ୍ରତିନିଧିତ୍ୱ କରୁଥିବା ବେଳେ ସେ କହିଛନ୍ତି ଯେ, ଅପରାଧିକ ନ୍ୟାୟ ପାଇଁ ବୁଲଡୋଜର ଫର୍ମୁଲା ଗଣତନ୍ତ୍ରର ପରିପନ୍ଥୀ।

ଉତ୍ତରପ୍ରଦେଶ ସରକାର ଓ ପ୍ରଶାସନ ମନଇଚ୍ଛା ଶାସନ କରୁଛନ୍ତି। ଧମକଚମକ ଦେଇ ଭଙ୍ଗାରୁଜା କରୁଛନ୍ତି। ନିତ୍ୟ ରାମ କ୍ରିଷ୍ଣ କହିଛନ୍ତି ଯେ, ବିନା ଆଇନ ପ୍ରକ୍ରିୟାରେ ଭଙ୍ଗାରୁଜାକୁ ସୁପ୍ରମିକୋର୍ଟଙ୍କ ସ୍ପଷ୍ଟ ବାରଣ ରହିଛି। ଏକ୍ଷେତ୍ରରେ ରୋଲ ଅଫ ଲ’କୁ ଅନୁସରଣ କରିବା ଅନିବାର‌୍ୟ୍ୟ କୋର୍ଟ କହିଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ବେଆଇନ ଉଚ୍ଛେଦ ନେଇ କୌଣସି ପ୍ରକାର ଆଇନ ଉଲ୍ଲଂଘନ ହୋଇ ନଥିବା ଉତ୍ତରପ୍ରଦେଶ ସରକାର କହିଛନ୍ତି । ତେବେ ଏହାର ଜବାବରେ ସୁମ୍ରିମକୋର୍ଟ କହିଛନ୍ତି ଯେ, ସବୁ କାର‌୍ୟ୍ୟକୁ ବନ୍ଦ କରିବା ପାଇଁ ଆମେ କହୁନୁ, କିନ୍ତୁ ସରକରାରଙ୍କ ପକ୍ଷରୁ ନିଆଯାଇଥିବା ସାମ୍ପ୍ରତିକ ପଦକ୍ଷେପ ଆଇନ ପରିସର ଭିତରେ ହେବା ଉଚିତ। ଯେଉଁମାନଙ୍କର ଘର ଭଙ୍ଗାଯାଇଛି ସେମାନଙ୍କ ସୁରକ୍ଷା ପାଇଁ ଆବେଦନକାରୀ ଦାବି କରିଛନ୍ତି। କାରଣ ସେମାନେ ବି ସମାଜର ଏକ ଅଂଶ। ସେମାନଙ୍କର ବି ବଞ୍ଚିବାର ଅଧିକାର ରହିଛି। ଏଭଳି ଭଙ୍ଗାରୁଜା ଆଇନ ଅନୁଯାୟୀ ହୋଇ ନାହିଁ। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାର ମାସରେ ହେବ ସୁପ୍ରିମକୋର୍ଟ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts