ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାହୁଲଙ୍କ ଉଦ୍ଧାର କାର୍ଯ୍ୟ ଉପରେ ତିଆରି ହେବ ଡକ୍ୟୁମେଣ୍ଟାରି ଫିଲ୍ମ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଅପରେସନ୍ ଜିନ୍ଦେଗି ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଘୋଷଣା କରିଛନ୍ତି । ଯାହାକି ପ୍ରାୟ ୧୦୫ ଘଣ୍ଟା ଧରି ଏକ ବୋରୱେଲରେ ଫସି ରହିଥିବା ୧୧ ବର୍ଷର ବାଳକ ରାହୁଲ ସାହୁଙ୍କୁ ଉଦ୍ଧାର କାର୍ଯ୍ୟ ଉପରେ ତିଆରି କରାଯିବ । ସେପଟେ ରେସ୍କ୍ୟୁ ଅପରେଶନରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବାଘେଲ ରାୟପୁରସ୍ଥିତ ବାସଭବନରେ ଏକ କାର୍ଯ୍ୟକ୍ରମର ଆୟାଜନ କରିଥିଲେ ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବାଘେଲ କହିଥିଲେ ଯେ ରାହୁଲ ରେସ୍କ୍ୟୁ ଅପରେଶନ ଦେଶର ସବୁଠାରୁ ଦୀର୍ଘତମ ରେସ୍କ୍ୟୁ ଅପରେଶନ । ଏନଡିଆରଏଫ ଟିମ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଏଥିରେ ସାମିଲ ଥିବାବେଳେ ଲୋକଙ୍କୁ ଏ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଉଦ୍ଧାର କାର୍ଯ୍ୟ ଉପରେ ଡକ୍ୟୁମେଣ୍ଟାରି ଫିଲ୍ମ ତିଆରି କରିବା ଉଚିତ ହେବ । ଜାଞ୍ଜଗିର ଚାମ୍ପା ପିହରିଡ ଗ୍ରାମର ରାହୁଲ ୧୦ ତାରିଖରେ ଖେଳୁଥିବା ସମୟରେ ବୋରୱେଲ ଗାତରେ ପଡ଼ିଯାଇଥିଲେ । ଏହା ପରେ ଦୀର୍ଘ ୧୦୫ ଘଣ୍ଟାର ରେସ୍କ୍ୟୁ ଅପରେଶନ ପରେ ରାହୁଲଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା ।
