ଗତ ପାଞ୍ଚ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହୋଇ ଘରକୁ ଫେରିଲେ ୧୨୧ ଆଦିବାସୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତ ପାଞ୍ଚ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହୋଇ ଘରକୁ ଫେରିଲେ ୧୨୧ ଆଦିବାସୀ । ତେବେ ୨୪ ଏପ୍ରିଲ ୨୦୦୭ରେ ସୁକମା ଜିଲ୍ଲାର ବୁର୍କାପାଲରେ ମାଓବାଦୀ ଆକ୍ରମଣ ମାମଲାରେ ଏହି ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହି ଆକ୍ରମଣରେ ୨୫ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଜଗଦଲପୁର ସେଣ୍ଟ୍ରାଲ ଜେଲ ଅଭିଯୁକ୍ତମାନେ ଖଲାସ ହୋଇ ଘରକୁ ଫେରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟ ନିର୍ଦ୍ଦେଶରେ ଖଲାସ କରିଛନ୍ତି । ସାମୂହିକ ଭାବେ ଗିରଫ ହୋଇଥିବା ଅଭିଯୁକ୍ତ ଆଦିବାସୀଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିବାର କୋର୍ଟ କହିଛନ୍ତି । ଜେଲରୁ ବାହାରିଥିବା ଅଭିଯୁକ୍ତ କହିଛନ୍ତି ଯେ ଆମ ସମସ୍ତଙ୍କୁ ରାତିରେ ନିଦରୁ ଉଙ୍ଖାଇ ଘରୁ ପଲିସ ନେଇ ଆସିଥିଲେ । ଜେଲରୁ ମୁକୁଳିବା ପରେ ସେମାନଙ୍କ ମଧ୍ୟରୁ କେତେକ ଦନ୍ତେ ୱାଡା ଠାରୁ ପ୍ରାୟ ୧୫୦ କିଲୋମଟର ଦୂରରେ ଥିବା ସୁକମା ଅଞ୍ଚଳର ଦୁର୍ଗମ ଗ୍ରାମକୁ ଫେରିବା ଆରମ୍ଭ କରିଛନ୍ତି ।

ଜେଲରେ ଥିବା ଆଦିବାସୀମାନଙ୍କର ଅନେକ ଲୋକ କେବଳ ସ୍ଥାନୀୟ ଭାଷା ଜାଣିଥିଲେ । କିନ୍ତୁ ଜେଲରେ ସେମାନେ ହିନ୍ଦୀ ଶିକ୍ଷା କରିଛନ୍ତି । ଗିରଫ ହୋଇଥିବା ସମୟରେ ଅଧିକାଂଶଙ୍କ ବୟସ ୨୦ ରୁ ୩୦ ବଷଁ ମଧ୍ୟରେ ଥିଲା । ସେମାନଙ୍କ ମଧ୍ୟରୁ କେତେକ ନବ ବିବାହିତ ମଧ୍ୟ ଥିଲେ । ମାତ୍ର ସେମାନଙ୍କୁ ବିନା କାରଣରେ ଜେଲରେ ରଖାଯାଇଥିଲା । ଅଭିଯୁକ୍ତ କହିଛନ୍ତି ଯେ ପାଞ୍ଚ ବର୍ଷ ଧରି ଜେଲରେ ରହିବା ସେମାନଙ୍କୁ ପଥରରେ ପରିଣତ କରିଛି । ଯେତେବେଳେ ସେମାନେ ଜେଲରୁ ବାହାରକୁ ଆସିଲେ ସେମାନଙ୍କ ମୁହଁରେ ବିଶେଷ ଖୁସି ନଥିଲା । ସେମାନଙ୍କ ମଧ୍ୟରୁ ଅନେକ କହିଥିଲେ ଯେ ସେମାନେ କେବେ ବି ଆମ୍ବୁସ ସାଇଟକୁ ଆସି ନଥିଲେ କିନ୍ତୁ ସେମାନଙ୍କୁ ଉଠାଇ ଜେଲରେ ଭର୍ତ୍ତି କରି ଦିଆଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts