ଭୁବନେଶ୍ୱର : ଦେଶରେ ଓ ରାଜ୍ୟରେ ଏବେ ସଂକ୍ରମଣ ଉପରମୁହ । ଧୀରେ ଧୀରେ କରୋନାର ଗ୍ରାଫ ଉପରକୁ ଉଠିବା ସହ ବଢ଼ୁଛି ଭୟ । ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପଜିଟିଭ୍ କେସ ଅଧିକ ରହୁଛି । ସେହିପରି ଦେଶରେ ମଧ୍ୟ ସଂକ୍ରମଣ ଏବେ ଲଗାତାର ଭାବେ ବଢ଼ିବାକୁ ଲାଗିଛି ।
ଯେହେତୁ ମଣିଷରୁ ମଣିଷକୁ ଚେନ ମାଧ୍ୟମରେ କରୋନା ରୋଗ ବ୍ୟାପିଥାଏ । ତେଣୁ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସମସ୍ତେ ସରକାରଙ୍କ କୋଭିଡ ଗାଇଡଲାଇନ ମାନିବାର ଆବଶ୍ୟକତା ରହିଛି । କୋଭିଡ ସଂକ୍ରମଣକୁ କିଛି ଦିନ ଅନୁଧ୍ୟାନ କରିବାରର ଆବଶ୍ୟକତା ରହିଛି । କାରଣ ଦିଲ୍ଲୀ ଭଲି ସହରରେ କରୋନା ବଢିଲା ଓ ପୁନର୍ବାର କମିଯାଇଥିଲା । ସେଥିପାଇଁ ସଠିକ ଅନୁଧ୍ୟାନ ନିତ୍ୟନ୍ତ ଆବଶ୍ୟକ ରହିଛି । ବର୍ତମାନ ସୁଦ୍ଧା କିଛି ନୂଆ ଭାରିଆଣ୍ଟ ଆସିବାର ରିପୋର୍ଟ ବିଭାଗ ପାଖରେ ନାହିଁ ବୋଲି କହିଛନ୍ତି।





