କୁବେର ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ: ମାଳମାଳ ପ୍ଲଟ ଆଉ ୨ ଟି କୋଠା ଏବଂ ଗୋଟିଏ ଇଟ୍ଟା ଫ୍ୟାକ୍ଟ୍ରି ସହ ୧ କେଜିରୁ ଅଧିକ ଓଜନର ସୁନାଗହଣା ଜବତ

ଭୁବନେଶ୍ୱର : କୁବେର ବିଡିଓ ବାବୁ । ଅମାପ ସମ୍ପତ୍ତିର ମାଲିକ ବିଡିଓ । ବିଡିଓଙ୍କର ରହିଛି ମାଳମାଳ ପ୍ଲଟ ସାଙ୍ଗକୁ ୨ ଟି କୋଠା ଏବଂ ଗୋଟିଏ ଇଟ୍ଟା ଫ୍ୟାକ୍ଟ୍ରି । ସମସ୍ତ ପ୍ଲଟ କେନ୍ଦ୍ରାପଡ଼ା ଓ କଟକରେ ରହିଛି ୨୪ଟି ପ୍ଲଟ । ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ରେଡ୍‌ ସମୟରେ ଏପରି ଅନେକ ତଥ୍ୟ ଏବେ ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଶନିବାର ଦିନ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଚଢାଉ ହୋଇଥିଲା । କଟକ ଡିଭିଜନର ୫ଜଣିଆ ଟିମ୍‌ ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଏହି ଚଢାଉରେ ଭିଜିଲାନ୍ସ ଟିମ୍‌ ଇନୋଭା ସମେତ ୪ଟି ଦାମୀ ଗାଡି ଥିବା ଜଣାପଡିଥିବା ବେଳେ କଟକ ଓ କେନ୍ଦ୍ରାପଡ଼ାରେ ୨୪ଟି ପ୍ଲଟ ରହିଥିବାର ତଥ୍ୟ ମିଳିଛି ।

ସେହିପରି କଟକ କଳାପଡ଼ାରେ ୧ କୋଟି ୨୨ ଲକ୍ଷ ମୂଲ୍ୟର କୋଠା ରହିଥିବା ବେଳେ କଟକ ଝିଙ୍କିରିଆରେ ୧ କୋଟି ୧୦ ଲକ୍ଷ ମୂଲ୍ୟର କୋଠା ରହିଛି । ଏହାସହିତ କଟକ କଳାପଡ଼ାରେ ରହିଛି ଗୋଟିଏ ଇଟା ଫ୍ୟାକ୍ଟ୍ରି। ଏହାସହିତ ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ୧ କେଜିରୁ ଅଧିକ ଓଜନର ସୁନାଗହଣା ଭିଜିଲାନ୍ସକୁ ମିଳିଛି ।

Related Posts