ଶ୍ରୀନଗର: ରାଷ୍ଟ୍ରପତି ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ନ୍ୟାସ୍‌ନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା । ଏନ୍‌ସିପି ନେତା ଶରଦ ପାୱାରଙ୍କ ପରେ ଏବେ ନ୍ୟାସ୍‌ନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ମଧ୍ୟ ରାଷ୍ଟ୍ରପତି ହେବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି ।

ସେ ଜାମ୍ମୁ-କାଶ୍ମୀର ରାଜନୀତିରେ ସକ୍ରିୟ ରହି ଅଞ୍ଚଳ ପାଇଁ ଯୋଗାଦାନ ଦେବାକୁ ଚାହୁଁଛନ୍ତି ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି।

ବିଜେପି ରାଷ୍ଟ୍ରପତି ପଦ ପାଇଁ ବିଭିନ୍ନ ବିରୋଧୀ ଦଳ ସହ ଆଲୋଚନା ଜରି ରଖିଥିବା ବେଳେ ମମତାଙ୍କ ନେୃତୃତ୍ୱରେ ବିରୋଧୀ ଜୋର୍‌ସୋର୍‌ରେ ଲାଗିପଡ଼ିଛି। ବିରୋଧୀଙ୍କ ବୈଠକରେ ପ୍ରଥମେ ଶରଦ ପାୱାରଙ୍କ ନାଁ ରାଷ୍ଟ୍ରପତି ପାଇଁ ସୁପାରିଶ କରାଯାଇଥିଲା। ହେଲେ ପାୱାର ପ୍ରସ୍ତାବରେ ରାଜି ନ ହୋଇ ମନା କରି ଦେଇଥିଲେ। ସେ ମହାରାଷ୍ଟ୍ର ସକ୍ରିୟ ରାଜନୀତିରେ ରହିବାକୁ ଚାହାନ୍ତି ବୋଲି କହିଥିଲେ।