ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଆଲୁମିନିୟମ ସେଫ୍ଟି ବାଡ଼କୁ ଧକ୍କା ଦେଲା କାର । ଫଳରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ଏଥିସହ ଏହି ଦୁର୍ଘଟଣାରେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ଠାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ସୂଚନା ଅନୁଯାୟୀ ଆଜି ସକାଳେ ୬ ଜଣ ଯାତ୍ରୀଙ୍କୁ ନେଇ କଲିକତାରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା କାରଟି ଗାନ୍ଧିଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଆଲୁମିନିୟମ ସେଫ୍ଟି ବାଡ଼କୁ ଧକ୍କା ଦେଇଥିଲା । ଗାଡିର ଗତି ପ୍ରଖର ଥିବାରୁ ସେଫ୍ଟି ଆଙ୍ଗେଲ ଭାଙ୍ଗି କାରଟି ଭିତରେ ପଶିଯାଇଥିଲା ।
ଫଳରେ ସେଫ୍ଟି ଆଙ୍ଗେଲରେ ଚାପି ହୋଇ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଖବର ପାଇ ବସ୍ତା ପୋଲିସ, ଅଗ୍ନିଶମ ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
