ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଉତ୍ସବ ମୁଖର ପୁର ଠୁ ପଲ୍ଲୀ । ସବୁଠି ଦେଖିବାକୁ ମିଳିଛି ଯୋଗ ଅଭ୍ୟାସର ଝଲକ । ସୁସ୍ଥ ରହିବା ନେଇ ସମାଜ କୁ ଏହି ସଚେତନତାର ବାର୍ତା ଦେଇଛନ୍ତି ।

ସେପଟେ ଦେଶର ସୁରକ୍ଷା ପାଇଁ ନିୟୋଜିତ ବୀର ଯବାନ ମଧ୍ୟ ଯୋଗ କରିଛନ୍ତି । ଲଦାଖ ଓ ସିକିମରେ ବରଫ ଚାଦରରେ ଢାଙ୍କି ହୋଇଥିବା ୧୭ ହଜାର ଫୁଟ ଉଚ୍ଚ ପର୍ବତ ଉପରେ ସୂର୍ଯ୍ୟ ନମସ୍କାର କରିଛନ୍ତି ଯବାନ। ଉତ୍ତରାଖଣ୍ଡରୁ ଅରୁଣାଚଳ ପ୍ରଦେଶ ତଥା ହିମାଳୟର ବରଫରେ ଢଙ୍କା ଯାଇଥିବା ଉଚ୍ଚ ଉଚ୍ଚ ପର୍ବତ ଓ ମଇଦାନରେ ଯୋଗାସନ କରି ସମଗ୍ର ଦେଶକୁ ‘ମାନବତା ପାଇଁ ଯୋଗ’ର ବାର୍ତ୍ତା ଦେଇଛନ୍ତି ଭାରତ-ତିବ୍ବତ ସୀମା(ITBP)ର ଯବାନମାନେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହିଶୁର ପ୍ୟାଲେସରେ ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରାୟ ୧୫ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।