ନୂଆଦିଲ୍ଲୀ : ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଜେଡ୍ ସୁରକ୍ଷା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯଶବନ୍ତଙ୍କୁ ଜେଡ୍ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି। ସିଆରପିଏଫ୍ କମାଣ୍ଡୋ ତାଙ୍କର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।
ଗୋଟିଏ ସିଫ୍ଟିରେ ୮ରୁ ୧୦ ଜଣ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷା ଦେବେ ବୋଲି ଜଣାପଡ଼ିଛି। ସେହିପରି ଜୁନ ୨୭ରେ ନାମାଙ୍କନପତ୍ର ଦାଖଲ କରିବେ।
ଯଶବନ୍ତ ଦୁଇ ଦିନିଆ ବିହାର ଏବଂ ଝାଡଖଣ୍ଡ ଗସ୍ତ କରିବେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ବିରୋଧି ଦଳ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରଯାଇଥିବା ବେଳେ, NDA ପକ୍ଷରୁ ଓଡ଼ିଶାର ଦୌପଦୀ ମୂର୍ମୁ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ତେବେ ଏନେଇ ଆଜି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
