ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପ୍ରାର୍ଥୀ ହୋଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଆ ନେତ୍ରୀ ଦ୍ରୌପଦୀ ମୁର୍ମୁ । ଅପରପଟେ ମିଳିତ ବିରୋଧୀ ଦଳ ୟଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ ଉଭୟ ପକ୍ଷ ନିଜନିଜର ପ୍ରାର୍ଥୀଙ୍କ ନିମନ୍ତେ ସମର୍ଥନ ପାଇଁ ଦଳ ମାନଙ୍କୁ ନିବେଦନ କରିଛନ୍ତି । ଏହି କ୍ରମରେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ବିଭିନ୍ନ ନେତାଙ୍କୁ ଫୋନ କରି ଦ୍ରୌପଦୀଙ୍କ ନିମନ୍ତେ ସମର୍ଥନ କାମନା କରିଛନ୍ତି।
ଏଥିରେ ନଡ୍ଡା ଶନିବାର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗ ପିସିସି ଅଧ୍ୟକ୍ଷ ଅଧିର ର଼ଞ୍ଜନ ଚୌଧୁରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବ ଗୌଡା ଓ ଫାରୁକ ଅବଦୁଲ୍ଲା ଆଦିଙ୍କ ସହ କଥା ହୋଇଛନ୍ତି। ଏହି ଅବସରରେ ନଡ୍ଡା ଅନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଲାଗି ସମର୍ଥନ ନିବେଦନ କରିଛନ୍ତି। ତେବେ ସୋନିଆ ଗାନ୍ଧି ଓ ଦେବଗୌଡାଙ୍କ ସହ କଥା ହୋଇ ଏନଡିଏ ପ୍ରାର୍ଥୀଙ୍କ ଲାଗି ସର୍ବ ସମ୍ମତ ସମର୍ଥନ ଭିକ୍ଷା କରିଛନ୍ତି।
ନଡ୍ଡା ରାଷ୍ଟ୍ରପତି ନିର୍ବାଚନରେ ରାଜନୀତି ନ ହେଉ ବୋଲି ସବୁ ନେତାଙ୍କୁ ନିବେଦନ କରିଛନ୍ତି। ଏଣୁ ମୁର୍ମୁଙ୍କ ଲାଗି ସମସ୍ତଙ୍କୁ ସର୍ବସମ୍ମତି ଲାଗି ନିବେଦନ କରିଛନ୍ତି। ରାଷ୍ଟ୍ର ଓ ସମାଜର ହୀତ ଲାଗି ନଡ୍ଡା ଏହି ନିବେଦନ କରିଥିବା ଜଣାପଡିଛି।
