ରଥଯାତ୍ରା ପ୍ରସ୍ତୁତି: ଆଇଜି ଓ ଡିଆଇଜିଙ୍କ ସମୀକ୍ଷା ବୈଠକ

ପୁରୀ : ପାଖେଇ ଆସୁଛି ଘୋଷଯାତ୍ରା । ଆଉ କିଛି ଦିନ ପରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କୋଭିଡ଼ ଲାଗି ୨ ବର୍ଷ ପରେ ଦର୍ଶକଙ୍କ ଗ୍ରହଣରେ ହେବାକୁ ଥିବା ରଥଯାତ୍ରାକୁ ନେଇ ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି ।

ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ। ରଥଯାତ୍ରାକୁ ଆଉ କେଇଟା ଦିନ ଥିବା ବେଳେ
ଏ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ନେଇ ପୁରୀରେ ଆଇଜି ଓ ଡିଆଇଜିଙ୍କ ସମୀକ୍ଷା ବୈଠକ ବସିଛି। ଏହି ବିଶ୍ୱପ୍ରସିଦ୍ଧ ଯାତ୍ରାରେ କର୍ଡନ ଓ ରଥ ଟଣା ଦାୟିତ୍ୱରେ ଥିବା ଆଇଜି ଏସ ଦେବଦତ୍ତ ସିଂ ଓ ଏସ୍‌ଟିଏଫ ଡିଆଇଜି ଜେ.ଏନ୍‌ ପଙ୍କଜ ସମୀକ୍ଷା କରିଛନ୍ତି।

ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏନେଇ ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରଂଭ ହୋଇଛି ।

Related Posts