ସୋର: ଫାଣ୍ଡି ହାଜତ ପାଲଟିଛି ବାଇକ ଷ୍ଟାଣ୍ଡ। ହାଜତ ଭିତରେ ଚୋରଙ୍କ ବଦଳରେ ଅଛି ବାଇକ୍ । ବାଲେଶ୍ବର ଜିଲ୍ଲା ବାହାନଗା ଖନ୍ତାପଡା ଗୋପାଳପୁର ଫାଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ l

ହାଜତ୍ ଭିତରେ ଅପରାଧୀ ରହିବା ବଦଳରେ ରହୁଛି ବାଇକ୍। ସତେ ଯେମିତି ଲାଗୁଛି ଫାଣ୍ଡି କମ ବାଇକ୍ ଷ୍ଟାଣ୍ଡ ଅଧିକ ବୋଲି ଅନୁଭୁତ ହେଉଛି ।

ହାଜତରେ ବାଇକ୍ ରହୁଥିବା ବେଳେ ଆସାମୀଙ୍କୁ ହାଜତ ବାହାରେ ବସାଯାଉଛି ।

ତେବେ ବର୍ଷାରେ ଗାଡି ଓଦା ହେଇଯିବା ସହ ଫାଣ୍ଡିରେ ପାଚେରି ନଥିବାରୁ ଚୋର ଭୟରେ ଗାଡି ଗୁଡିକୁ ଫାଣ୍ଡି ହାଜତ ଭିତରେ ରଖାଯାଉଥିବା ପୋଲିସ ବାବୁ ନିଜ ସଫେଇ ରେ କହୁଛନ୍ତି । ଫାଣ୍ଡିରେ ଜବତ ଗାଡି ରଖାଯିବାର ବ୍ୟବସ୍ଥା ନଥିବାରୁ ଜବତ ଗାଡି ଗୁଡିକୁ ଫାଣ୍ଡି ହାଜତ ଭିତରେ ରଖାଯାଉଛି । ଖାଲି ଜବତ ଗାଡି ହାଜତ ଭିତରେ ରଖାଯାଉଛି ଯେ ତାହା ନୁହେଁ ଫାଣ୍ଡି ଵାବୁମାନଙ୍କ ଗାଡିଠାରୁ ଆରମ୍ଭ କରି କନେଷ୍ଟବଳ ପର୍ଯ୍ୟନ୍ତ ସମସ୍ତଙ୍କ ଗାଡି ଗୁଡିକୁ ଫାଣ୍ଡି ଘର ଭିତରେ ରଖାଯାଉଥିବା ଦେଖିବାକୁ ମିଳିଛି ।