ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଜୁନ୍ ୨୭ ରେ ଦିଲ୍ଲୀ ପୋଲିସର ଆଇଏଫଏସଓ ୟୁନିଟ୍ ଗିରଫ କରିଛି। ଏଥିପାଇଁ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଛନ୍ତି। ତେବେ ବିଜେପିର ଘୃଣା, କୁସଂସ୍କାର ଏବଂ ମିଥ୍ୟାକୁ ପ୍ରକାଶ କରୁଥିବା ବ୍ୟକ୍ତି ବିଜେପି ପାଇଁ ବିପଦ। ସତ୍ୟର ଗୋଟିଏ ସ୍ୱରକୁ ଗିରଫ ଦ୍ୱାରା ଆହୁରି ଏକ ହଜାର ସୃଷ୍ଟି ହେବ । ସତ୍ୟ ସର୍ବଦା ଅତ୍ୟାଚାର ଉପରେ ବିଜୟୀ ହୁଏ ବୋଲି କହିଛନ୍ତି । ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟରେ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ତାଙ୍କୁ ମୂର୍ଖ ବୋଲି କହିଛନ୍ତି।

ସେପଟେ ବିବେକ ଟ୍ୱିଟ୍ କରି ଲେଖିଛନ୍ତି, ମୂର୍ଖ ରାହୁଲ ଗାନ୍ଧୀ। ହିନ୍ଦୁଫୋବିକ୍, ପଣ୍ଡିତଙ୍କ ନାତି, ଭାରତର ଶତ୍ରୁମାନଙ୍କ ପାଇଁ କାର‌୍ୟ୍ୟ କରୁଥିବା ସହରୀ ନକ୍ସଲମାନଙ୍କ ପାଇଁ ଛିଡା ହୋଇଛନ୍ତି । ଯିଏ ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ଷଡଯନ୍ତ୍ର କରୁଛନ୍ତି। ଫ୍ୟାକ୍ଟ ଚେକିଂ ନାମରେ କିଏ ମିଥ୍ୟା ଖବର ଚଳାଉଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।