ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାପୁରଜି ପାଲୋନଜି ଗ୍ରୁପର ଅଧ୍ୟକ୍ଷ ପାଲୋନଜି ମିଷ୍ଟ୍ରିଙ୍କ ପରଲୋକ । ତେବେ ମଧ୍ୟରାତ୍ରରେ ରାତିରେ ସେ ଶୋଇଥିବା ଅବସ୍ଥାରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ଟାଟା ଗ୍ରୁପ୍ର ସେ ଥିଲେ ସର୍ବବୃହତ୍ତ ଅଂଶୀଦାର। ସେପଟେ ତାଙ୍କ ମୃତ୍ୟୁ ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏକ ଟ୍ବିଟ୍ ପୋଷ୍ଟ୍ କରି ଲେଖିଛନ୍ତି, ‘ ପାଲୋନଜି ମିଷ୍ଟ୍ରି, ଏକ ଯୁଗର ଅବସାନ।
କାର୍ୟ୍ୟ କ୍ଷେତ୍ରରେ ତାଙ୍କ ଭଦ୍ରତା ଦେଖିବା ହେଉଛି ଜୀବନର ସବୁଠାରୁ ବଡ଼ ଆନନ୍ଦମୟ ଅନୁଭବ। ତାଙ୍କ ପରିବାରବର୍ଗ ଓ ପ୍ରିୟଜନଙ୍କୁ ମୋର ସମବେଦନା ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
