ମାଲକାନଗିରି : ପୁଣି ଥରେ ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଘଟାଇଲେ ହିଂସାକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କଲେ ଲାଲ୍ ବାହିନୀ ।
ମୃତକ ହେଉଛନ୍ତି ମୋରମେଡ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମ ।
ତୈନାଡ ଥାନା ଅନ୍ତର୍ଗତ ମୋରମେଡ ଗ୍ରାମ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମଙ୍କୁ ନକ୍ସଲମାନେ ଗତ ଦୁଇ ଦିନ ତଳେ ଅପହରଣ କରିଥିବା ବେଳେ ଆଜି ନିକଟସ୍ଥ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି । ୧୫ ରୁ ୨୦ ଜଣ ସଶସ୍ତ୍ର ନକ୍ସଲ ସରପଞ୍ଚ ପତିରାମ କୁଡିଆମଙ୍କ ଘରେ ଆସି ତାଙ୍କୁ ନକ୍ସଲ ସଭାରେ ଯୋଗଦେବା ଲାଗି ଡାକି ନେଇଥିଲେ ।
ହେଲେ ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ତାଙ୍କୁ ହତ୍ୟା କରିଥିବା ନେଇ ଘଟଣା ସ୍ଥଳରେ କିଛି ହାତ ଲେଖା ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣା ସ୍ଥଳରେ ବିଜାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
