ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ସୋରଡ଼ା ନିକଟରେ ଦୁର୍ଘଟଣା: ଟ୍ରକ୍‌କୁ ପଛପଟୁ ପିଟିଲା କାର୍‌, ୮ ଆହତ

ନୟାଗଡ଼ : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ନୂଆଗାଁ ଥାନା ସୋରଡ଼ା ନିକଟରେ ଘଟିଛି ଦୁର୍ଘଟଣା । ଟ୍ରକ୍‌କୁ ପଛପଟୁ କାର୍‌ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡାକିଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଦୁଇ ପରିବାର ଭୁବନେଶ୍ବର ଅଭିମୁଖେ ଆସୁଥିଲେ। ଏହି ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ନୂଆଗାଁ ଥାନା ସୋରଡା ନିକଟରେ ଟ୍ରକକୁ ପଛପଟୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତରହୋଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନେ ଲାଉତୁମ୍ବା ବରଗଡ ଏବଂ ବିନିକା ସୋନପୁର ଅଞ୍ଚଳର ବୋଲି ଜଣାପଡିଛି। ସମସ୍ତଙ୍କୁ ପ୍ରଥମେ ଦଶପଲ୍ଲା ଏବଂ ପରେ ନୟାଗଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Related Posts