କ୍ଷମତାରେ ନ ଥାଇ ମଧ୍ୟ ବାଲାସାହେବ ଠାକ୍‌ରେ ସରକାରକୁ ନିୟନ୍ତ୍ରଣ କରିପାରୁଥିଲେ ହେଲେ ତାଙ୍କ ପୁଅ କ୍ଷମତାରେ ଥାଇ ବି ନିଜ ଦଳକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି: ଅମିତ ମାଲଭିୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତି ଉପରେ ରହିଛି । ସେପଟେ ବିଦ୍ରୋହୀ ନେତା ତାଙ୍କ ଜିଦ୍ ରେ ରହୁଥିବା ବେଳେ ବିରୋଧୀ ଶିବସେନା ବାରମ୍ବାର ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । 

ଅନ୍ୟପଟେ ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠ ପ୍ରମାଣ କରିବା ପାଇଁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ଆଦେଶ ଦେବା ପରେ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବା ପରେ ତୁରନ୍ତ ପ୍ରତିକ୍ରିୟା ଦେଇ ବିଜେପି ନେତାମାନେ ‘କର୍ମ’ ଓ ଶିବସେନାର ସଂସ୍ଥାପକ ବାଲ୍‌ ଠାକ୍‌ରେଙ୍କ ଉତ୍ତରାଧିକାରୀ ପ୍ରସଙ୍ଗ ଉତ୍ଥାପନ କରି ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଏହା ମଧ୍ୟରେ ବିଜେପି ଆଇ.ଟି. ବିଭାଗର କାର୍ଯ୍ୟନିର୍ବାହୀ ଅମିତ ମାଲଭିୟ ଟୁଇଟ୍‌ କରି କହିଛନ୍ତି: କ୍ଷମତାରେ ନ ଥାଇ ମଧ୍ୟ ବାଲାସାହେବ ଠାକ୍‌ରେ ସରକାରକୁ ନିୟନ୍ତ୍ରଣ କରିପାରୁଥିଲେ। ଅନ୍ୟ ପକ୍ଷରେ ତାଙ୍କ ପୁଅ କ୍ଷମତାରେ ଥାଇ ବି ନିଜ ଦଳକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି। କି ସମ୍ମାନହାନୀ କଥା।

ଗୁରୁବାର ଦିନ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ରାଜ୍ୟପାଳଙ୍କ ନିର୍ଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ‘ମହା ବିକାଶ ଅଘାଡ଼ି’ ସରକାରର ନେତୃତ୍ବ ନେଉଥିବା ଶିବସେନା ମୁଖ୍ୟଙ୍କ ଆବେଦନକୁ ସୁପ୍ରିମ୍‌ କୋର୍ଟ ବୁଧବାର ଦିନ ଅଗ୍ରାହ୍ୟ କରିଦେବା ପରେ ସେ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ‘ଫେସ୍‌ବୁକ୍‌ ଲାଇଭ୍‌’ରେ ଉଦ୍ଧବ କହିଥିଲେ, ବିଧାନ ପରିଷଦ୍‌ ସଦସ୍ୟ ପଦରୁ ମୁଁ ମଧ୍ୟ ଇସ୍ତଫା ଦେଉଛି। ଭାବପ୍ରବଣ ‌ହୋଇ ସେ ପୁଣି କହିଥିଲେ, ଅପ୍ରତ୍ୟାଶିତ ଭାବେ ମୁଁ କ୍ଷମତାସୀନ ହୋଇଥିଲି ଏବଂ ସେଭଳି କ୍ଷମତାଚ୍ୟୁତ ହେଉଛି। ମୁଁ ଚିରଦିନ ପାଇଁ ବିଦାୟ ନେଉନାହିଁ। ମୁଁ ଏଇଠି ରହିବି ଏବଂ ଶିବସେନା ଭବନରେ ବସିବି। ମୋ ଲୋକମାନଙ୍କୁ ଏକତ୍ର କରିବି। ମୁଖ୍ୟମନ୍ତ୍ରୀ ଏବଂ ମହାରାଷ୍ଟ୍ର ବିଧାନ ପରିଷଦ୍‌ରୁ ଇସ୍ତଫା ଦେଉଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଧରିଛି । 

Related Posts