ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ କିଛି ଦିନ ଧରି ଚାଲିଥିବା ରାଜନୈତିକ କଳହର ଏବେ ଅନ୍ତ ଘଟିଛି। ଠାକରେ ସରକାରଙ୍କ ପତନ ଘଟିବା ସହ ଆଜି ରାଜ୍ୟରେ ନୂଆ ସରକାର ଗଠନ ହେବାକୁ ଯାଉଛି ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟା ୭.୩୦ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ବିଜେପି ହାତରୁ ଚାଲିଯାଇଥିବା କ୍ଷମତା ପୁଣି ଥରେ ଫେରିଛି। ମହାରାଷ୍ଟ୍ରରେ କିଛି ଦିନ ଧରି ଚାଲିଥିବା ରାଜନୈତିକ କଳହର ଏବେ ଅନ୍ତ ଘଟିଛି। ଠାକରେ ସରକାରଙ୍କ ପତନ ଘଟିବା ସହ ଆଜି ରାଜ୍ୟରେ ନୂଆ ସରକାର ଗଠନ ହେବାକୁ ଯାଉଛି ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।
ସେ ଆଜି ସନ୍ଧ୍ୟା ୭.୩୦ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ବିଜେପି ହାତରୁ ଚାଲିଯାଇଥିବା କ୍ଷମତା ପୁଣି ଥରେ ଫେରିଛି। ୨୦୦୪ରେ ଏକନାଥ ସିନ୍ଦେ ପ୍ରଥମ ଥର ପାଇଁ ଥାନେର କୋପ୍ରି-ପଞ୍ଚପଖାଡି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।
୨୦୦୪ରେ ଶିବସେନା ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାରେ ପହଞ୍ଚିଥିବା ସିନ୍ଦେ ପରେ ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଧାନସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।୨୦୧୯ରେ ଚତୁର୍ଥ ଥର ବିଧାନସଭାର ସଦସ୍ୟ ଭାବରେ ନିର୍ବାଚିତ ହେବା ପରେ ସିନ୍ଦେଙ୍କୁ ବିଧାୟକ ଦଳର ନେତା କରାଯାଇଥିଲା। ଏମିତି କି ସିନ୍ଦେ ହିଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଶିବସେନା ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜି ଥିଲେ ବି ଏନସିପି ଓ କଂଗ୍ରେସ ଏଥିରେ ରାଜି ହୋଇ ନଥିଲେ।ଏନସିପି ଓ କଂଗ୍ରେସ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେବାରୁ ସିନ୍ଦେଙ୍କ ଆଶା ଆଶାରେ ରହିଯାଇଥିଲା।ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ବିଜେପି ସହିତ ସରକାର ଗଠନ କରିବା ସପକ୍ଷରେ ଥିଲେ ବି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଚୁପ ହୋଇଯାଇଥିଲେ। ହେଲେ ଏବେ ଅନେକ ସଂଘର୍ଷ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବାକୁ ଯାଉଛି।
