ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାରର ଭେଲ୍ୱାରା ରେଳଷ୍ଟେସନ୍ରେ ଟ୍ରେନ୍ରେ ଅଗ୍ନିକାଣ୍ଡ । ତେବେ ରକ୍ସୌଲ୍ରୁ ନରକଟୀକଗଞ୍ଜ ଯାଉଥିବା ‘ଡିଏମ୍ୟୁ’ ଟ୍ରେନ୍ ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା। ଖବର ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଅନ୍ୟପଟେ ଉକ୍ତ ଅଘଟଣର ଏକ ଭିଡିଓ ମଧ୍ୟ ‘ଏଏନ୍ଆଇ’ ସେୟାର୍ କରିଛି। ସେଥିରେ ଦେଖାଯାଉଛି, ଟ୍ରେନ୍ରୁ କଳାଧୂଆଁ ଉଠୁଛି। ଘଟଣାସ୍ଥଳରେ ଦେଖଣାହାରିମାନେ ଗହଳି କରିଥିବା ବେଳେ ଦମକଳ କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।
କିନ୍ତୁ, ଇଞ୍ଜିନ୍ରେ ଲାଗି ଥିବା ଉକ୍ତ ନିଆଁ ଟ୍ରେନ୍ର ବଗିଗୁଡ଼ିକୁ ବ୍ୟାପିଯାଇ ନ ଥିଲା। ଟ୍ରେନ୍ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି ଓ ସେମାନଙ୍କୁ ଟ୍ରେନ୍ରୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାରେ କେହି ମୃତାହତ ହୋଇଥିବାର ରିପୋର୍ଟ ମଧ୍ୟ ଆସିନାହିଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
