ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗିବା ନେଇ ଓଲା ଓ ଓକିନାୱାକୁ ସରକାରଙ୍କ ନୋଟିସ । ଏହି ନୋଟିସରେ ତୃଟିପୂର୍ଣ୍ଣ ବୈଦ୍ୟୁତିକ ଯାନ ବିକ୍ରି ପାଇଁ ସେମାନଙ୍କ ବିରୋଧରେ ଦଣ୍ଡବିଧାନ କରାଯିବା ଉଚିତ୍ କି ନୁହେଁ ବୋଲି କମ୍ପାନୀଗୁଡିକୁ ପଚରାଯାଇଛି ।

ସେପଟେ ଏହି ନୋଟିସର ଜବାବ ଦେବାକୁ ସରକାର କମ୍ପାନୀଗୁଡିକୁ ଜୁଲାଇ ଶେଷ ପର‌୍ୟ୍ୟନ୍ତ ସମୟ ଦିଆଯାଇଛି । ଏହାର ଉତ୍ତର ପାଇବା ପରେ ସରକାର ନିଷ୍ପତ୍ତି ନେବେ ଯେ ଏଭଳି ଘଟଣା ପାଇଁ ସଂପୃକ୍ତ ଗାଡି ନିର୍ମାତା କମ୍ପାନୀ ଉପରେ କି ପ୍ରକାର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।