ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) : ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପଥିବ ବେଳେ, ଏହି ପରୀକ୍ଷା ରେ ଉତୀର୍ଣ୍ଣ ହୋଇଛନ୍ତି ଫୁଲବାଣୀ ର ବିଜେଡି ବିଧାୟକ ଅଙ୍ଗଦ କଂହର । ଆଜି ପରୀକ୍ଷା ଫଳ ବାହାରିବା ପରେ ସେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ହୋଇଥିବା ମାଟ୍ରିକ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି ଓ ୬୦୦ ରୁ ୩୬୪ ନମ୍ବର ରଖିଥିବା ଜଣା ପଡ଼ିଛି।
୫୮ ବର୍ଷୀୟ କଂହର ୨୦୧୯ ରେ ବିଜେଡି ଟିକେଟ ରୁ କଳାହାଣ୍ଡି ଜିଲ୍ଲା ର ଫୁଲବାଣୀ ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ସୂଚନା ଅନୁସାରେ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ୯୦.୫୫% ଅର୍ଥାତ୍ ୫,୧୭,୮୪୭ ଛାତ୍ର ଛାତ୍ରୀ ଏଥିରେ ଉତିର୍ଣ୍ଣ ହୋଇଛନ୍ତି।
