ନୂଆଦିଲ୍ଲୀ : ସିଙ୍ଗାପୁରରେ ଫାସିରେ ଝୁଲିଲେ ଆଜି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ମୋଟ୍ ୨ ଜଣ । ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଉଭୟଙ୍କୁ ଫାଶୀଦଣ୍ଡ ହୋଇଛି। ଭାରତୀୟ ବଂଶୋଦ୍ଭବ ତଥା ୩୨ ବର୍ଷୀୟ କଲୱନ୍ତ ସିଂହ ଏବଂ ୪୮ ବର୍ଷୀୟ ନୋରାଶରି ଗୋସ୍ଙ୍କୁ ୨୦୧୬ରେ ଦଣ୍ଡାଦେଶ ହୋଇଥିଲା।
୩ ମାସ ମଧ୍ୟରେ ସିଙ୍ଗାପୁର ଦ୍ବିତୀୟ ଭାରତୀୟ ବଂଶୋଦ୍ଭବଙ୍କୁ ଫାଶୀରେ ଝୁଲାଇଛି। ସିଙ୍ଗାପୁରର ଏହି କାର୍ଯ୍ୟାନୁଷ୍ଠାନକୁ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ର ଡେପୁଟି ରିଜିଓନାଲ୍ ଡାଇରେକ୍ଟର କଡ଼ା ବିରୋଧ କରିଛନ୍ତି। ମୃତ୍ୟୁଦଣ୍ଡ କେବେ ବି ସମସ୍ୟାର ସମାଧାନ ନୁହେଁ ବୋଲି ସେ କହିଛନ୍ତି ।
