ନିଜ ବିଧାୟକ ମାନଙ୍କର ବିଜେପି ସହ ସମ୍ପର୍କ କୁ ଗୋଆ କଂଗ୍ରେସର ଖଣ୍ଡନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋଆ ରେ ବିଧାନସଭା ଅଧିବେସନ ର ଦିନକ ଆଗରୁ କଂଗ୍ରେସ ର କିଛି ବିଧାୟକ ବିଜେପି ସହ ସମ୍ପର୍କ ରେ ଥିବା ଖବର କୁ ଖଣ୍ଡନ କରିଛି ଗୋଆ କଂଗ୍ରେସ। ଗୋଆ କଂଗ୍ରେସ ମୁଖ୍ୟ ଅମିତ୍ ପଟକର କହିଚନ୍ତି ଯେ ବିଧାନସଭା ଅଧିବେସନ ଆରମ୍ଭ ହେବାର ଦୁଇ ସପ୍ତାହ ପୂର୍ବରୁ ବିଜେପି ତରଫ ରୁ ଏହି ଗୁଜବ ପ୍ରଚାର କରାଯାଇଛି। ଏହା କେବଳ ଏକ ଗୁଜବ କୌଣସି ବିଧାୟକ ଦଳ ଛାଡ଼ିବେ ନାହିଁ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ ଗୋଆ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗତ ନିର୍ବାଚନ ରେ କଂଗ୍ରେସ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦିଗାମ୍ବର କମାଟ କିଛି ଦିନ ହେବ ପାର୍ଟି ରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ସେ ପ୍ରଥମେ ବିଜେପି ରେ ଥିଲେ ଓ ପରେ କଂଗ୍ରେସ ରେ ଯୋଗଦେଇଥିଲେ ବର୍ତ୍ତମାନ ସେ ପୁଣି ନିଜ ପୁରୁଣା ଦଳ ବିଜେପି ସହ ସମ୍ପର୍କ ରେ ଥିବା ଖବର ଆସିଥିଲା। ହେଲେ ଏହି ଖବର କି ବିଜେପି ତରଫ ରୁ କରାଯାଇଥିବା ଗୁଜବ ବୋଲି ଗୋଆ କଂଗ୍ରେସ କହିଛି।

Related Posts