ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (NIRF)ର ସପ୍ତମ ସଂସ୍କରଣ ଆଜି ଅର୍ଥାତ ଜୁଲାଇ ୧୫ ରେ ପ୍ରକାଶିତ ହୋଇଛି। ତେବେ ଘଓଜୠ ରାଙ୍କିଙ୍ଗ୍ ୨୦୨୨ ଅନୁଯାୟୀ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗାଲୁରୁକୁ ସର୍ବୋଚ୍ଚ ଭାରତୀୟ ବିଶ୍ୱବିଦ୍ୟାଳୟ ଭାବରେ ଘୋଷିତ କରାଯାଇଛି । ଏବଂ ପରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଏବଂ ଜାମିଆ ମିଲିଆ ଇସଲାମିଆ (ଜେଏମଇ) ରହିଛି। ଅନ୍ୟପଟେ ବିଗତ ବର୍ଷ ଠାରୁ ଏଥର ଘଓଜୠ ର଼୍ୟାଙ୍କିଙ୍ଗରେ ଅଂଶଗ୍ରହଣ କରୁଥିବା ଅନୁଷ୍ଠାନଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି । ୨୦୧୬ ରେ, ଅନୁଷ୍ଠାନଗୁଡିକ କେବଳ ଚାରୋଟି ଶ୍ରେଣୀରେ ସ୍ଥାନିତ ହୋଇଥିଲା ଯାହା ଗତ ବର୍ଷ ଏକାଦଶକୁ ବୃଦ୍ଧି ପାଇଥିଲା ।
NIRF ଇଣ୍ଡିଆ ର଼୍ୟାଙ୍କିଙ୍ଗ୍ ୨୦୨୨ ଅନୁସାରେ ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ IISc) ବେଙ୍ଗାଲୁରୁ । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ), ନୂଆଦିଲ୍ଲୀ । ଜାମିଆ ମିଲିଆ ଇସଲାମିଆ (ଜେଏମଇ), ନୂଆଦିଲ୍ଲୀ । ଯାଦବପୁର ବିଶ୍ୱବିଦ୍ୟାଳୟ, କୋଲକାତା ଅମୃତା ବିଶ୍ୱ ବିଦ୍ୟାପିଠମ୍, କୋଏମ୍ବାଟୁର । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ବାରାଣାସୀ । ମଣିପାଲ ଉଚ୍ଚଶିକ୍ଷା ଏକାଡେମୀ, ମଣିପାଲ । କଲିକତା ବିଶ୍ୱବିଦ୍ୟାଳୟ, କୋଲକାତା । ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭେଲୋର । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ।
