ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ପ୍ରତାପ ପୋଥେନ୍ଙ୍କ ପରଲୋକ । ୬୯ ବର୍ଷ ବୟସରେ ଚେନ୍ନାଇ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଛି। ପ୍ରତାପ ତାଙ୍କ ଝିଅ କେୟା ପୋଥେନଙ୍କ ସହ ଚେନ୍ନାଇରେ ରହୁଥିଲେ। ସେପଟେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର ଲମ୍ବା କ୍ୟରିୟର ମଧ୍ୟରେ ସେ ଏକାଧିକ ଭାଷାରେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ମାଲାୟାଲମ, ତାମିଲ, ତେଲଗୁ ଓ ହିନ୍ଦୀ ସିନେମାରେ ବି ଅଭିନୟ କରିଛନ୍ତି ଶ୍ରୀ ପୋଥେନ।
କେବଳ ଅଭିନୟ ନୁହେଁ ସେ ଫିଲ୍ମରେ ସ୍କ୍ରିପ୍ଟ ଲେଖିବା ସହ ନିର୍ଦ୍ଦେଶନା ବି ଦେଇଛନ୍ତି। ତା ସହ ଅନେକ ଫିଲ୍ମର ପ୍ରଯୋଜନା ବି କରିଛନ୍ତି ପ୍ରତାପ। ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ଭରଥନ୍ସ ଅରଭମରୁ ଫିଲ୍ମରୁ ସେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ। ସେହିଭଳି ଠକାରା, ମୀଣ୍ଡମ ଓରୁ କନ୍ଧଲ କନ୍ଧାଇ, ୨୨ ଫିମେଲ୍ କୋଟ୍ଟାୟାମ ଏବଂ ଚମରମରେ ସେ ଅଭିନୟ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି।





