ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଯୁକ୍ତ ୨ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୦ରୁ SAMS ପୋର୍ଟଲ ଜରିଆରେ ସମସ୍ତ ଛାତ୍ରୀଛାତ୍ର ମାନେ ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ଜୁଲାଇ ୨୦ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମାତ୍ର ସିବିଏସ୍ସି ପରୀକ୍ଷା ଫଳାଫଳ ଏପର୍ଯ୍ୟନ୍ତ ବାହାରି ନଥିବାରୁ ଆବେଦନର ଅବଧିକୁ ବଢ଼ାଯାଇପରେ ବୋଲି ସୂଚନା ମିଳିଛି। ଏନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ସୂଚନା ଦେଇଛନ୍ତି।
