ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହଲ ବେଶ୍ ଚାଲଚଞ୍ଚଲ୍ ହୋଇ ଉଠିଛି । ଏହା ମଧ୍ୟରେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଆପ ନିଶ୍ଚିତ କରିଛି ।

ସେପଟେ ଦଳର ରାଜନୈତିକ ବ୍ୟାପାର କମିଟି ବୌଠକରେ ସାଂସଦ ସଞ୍ଜୟ ସିଂ କହିଛନ୍ତି । ଯାହାକୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି । ସେ କହିଛନ୍ତି, ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆମର ସମ୍ମାନ ରହିଛି। କିନ୍ତୁ ଦଳ ଯଶଓ୍ବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ସଞ୍ଜୟ ସିଂ କହିଛନ୍ତି।