ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଦିନିକିଆ କ୍ରିକେଟରୁ ଅବସର ଘୋଷଣା

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଇଂଲଣ୍ଡ ତଥା ସଂପ୍ରତି ବିଶ୍ଵ କ୍ରିକେଟର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ । ଆଜି ଟୁଇଟ୍ କରି ଷ୍ଟୋକ୍ସ ଏହି ସୂଚନା ଦେଇଛନ୍ତି। ସେ ଟେଷ୍ଟ ମ୍ୟାଚ୍‌ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।

ତେବେ ତାଙ୍କର ଏହି ନିଷ୍ପତ୍ତି ସମସ୍ତ କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଛି। ଷ୍ଟୋକ୍ସ ୨୦୧୯ ଦିନିକିଆ ବିଶ୍ଵ କପରେ ଇଂଲଣ୍ଡକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ନିଜର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିବେ।

Related Posts