ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିବିର କୁ ନେଇ ପୁଣି ଥରେ ବିବାଦ ଦେଖା ଦେଇଛି । ତେବେ ଅଗ୍ନିବୀର ଭର୍ତ୍ତି ପ୍ରକ୍ରିୟାରେ ଜାତି ଏବଂ ଧର୍ମ ପ୍ରମାଣ ପତ୍ର ଦେଖାଇବାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ସେନା ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଅଗ୍ନିପଥ ଯୋଜନା ଅଧୀନରେ ସାମରିକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅତୀତରେ ଜାତି ଏବଂ ଧର୍ମ ପ୍ରମାଣପତ୍ର ମଧ୍ୟ ମଗାଯାଉଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି।

ସେପଟେ ଅଗ୍ନିପଥ ଯୋଜନା ପାଇଁ ଜାତି ଓ ଧର୍ମ ପ୍ରମାଣପତ୍ର ମଗାଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା। ଏଏପି ଏମ୍‌ପି ସଞ୍ଜୟ ସିଂ ଏବଂ ଜେଡିୟୁ ନେତା ଉପେନ୍ଦ୍ର କୁଶୱା ଏହି ଯୋଜନା ଉପରେ ପ୍ରଶ୍ନ ଉଠାଇ ସାମରିକ ନିଯୁକ୍ତି ସହ ଜଡିତ ଏକ ସ୍କ୍ରିନ ସଟ ଶେୟାର କରିଛନ୍ତି। ସାମରିକ ନିଯୁକ୍ତିରେ ଜାତି ଏବଂ ଧର୍ମ ପ୍ରମାଣପତ୍ରର ଆବଶ୍ୟକତା କ’ଣ ବୋଲି ଉଭୟ ପ୍ରଶ୍ନ ଉଠାଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।