ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡି) ନିକଟରେ ହାଜର ହେବେ ଶିବସେନା ସାଂସଦ ସଞ୍ଜୟ ରାଉତ। ଏହାପୂର୍ବରୁ ମଧ୍ୟ ଇଡି ବଲ୍ଲାର୍ଡ ଇଷ୍ଟେଟ ସ୍ଥିତ ଜୋନାଲ କାର୍ଯ୍ୟାଳୟରେ ରାଉତଙ୍କୁ ପଚରାଉଚରା କରିଥିଲା। ସେହିଭଳି ମଙ୍ଗଳବାର ମଧ୍ୟ ସଞ୍ଜୟଙ୍କ ନିକଟତମ ବନ୍ଧୁ ସୁଜିତ ପାଟକରଙ୍କୁ ଜେରା କରିଥିଲା ଇଡି। ପାତ୍ରା ଚାଲ୍ ବିକାଶ ସହ ଜଡ଼ିତ ୧୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଏହି ଜେରା ଇଡି କରୁଥିବା ସୂଚନା ମିଳିଛି।

ମଙ୍ଗଳବାର ପାଟକର ଏବଂ ତାଙ୍କୁଠାରୁ ଅଲଗା ହୋଇଯାଇଥିବା ପତ୍ନୀ ସ୍ୱପ୍ନା ଇଡି ନିକଟରେ ହାଜର ହୋଇଥିଲେ। ତେବେ ଇଡି ସ୍ୱପ୍ନାଙ୍କୁ ସନ୍ଧ୍ୟାରେ ଛାଡ଼ି ଦେଇଥିବା ବେଳେ ପାଟକରଙ୍କୁ ବିଳମ୍ୱିତ ରାତି ଯାଏ ଜେରା କରିଥିଲା। ଏବେ ଏହି ଦୁଇ ଜଣଙ୍କୁ ପଚରାଉଚରା କରିବା ପରେ ସଞ୍ଜୟ ରାଉତଙ୍କୁ ପୁଣିଥିରେ ଇଡି ସମନ ଜାରି କରିଛି।