ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଡ଼ିବନ୍ଧ ଯୋଜନାରେ ସରକାର ରାଜ୍ୟରେ ୧୫ ହଜାର ୮୭୬ ଚେକଡ୍ୟାମ୍ ନିର୍ମାଣ ଲାଗି ପ୍ରସ୍ତାଵ ରଖିଛନ୍ତି । ସେଥିମଧ୍ୟରୁ ଆସନ୍ତା ୩ ବର୍ଷ ମଧ୍ୟରେ ଅର୍ଥାତ ୨୦୨୫ ସୁଦ୍ଧା ୧୨୮୦ ନୂଆ ଚେକଡ୍ୟାମ ନିର୍ମାଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ।ଏଥିପାଇଁ ୮ ସହ ୧୧ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି ।ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଗୃହରେ ଏହି ସୂଚନା ପ୍ରଦାନ କରିଛନ୍ତି।