ଭୁବନେଶ୍ବର ହୋଟେଲ ନିମନ୍ତ୍ରଣ’ରେ ଘୋଟାଲା: OTDC ମ୍ୟାନେଜର ଓ ଠିକା କର୍ମଚାରୀଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ

ଭୁବନେଶ୍ୱର : ସାମ୍ନାକୁ ଆସିଲା ଭୁବନେଶ୍ବର ହୋଟେଲ ନିମନ୍ତ୍ରଣ’ରେ ଘୋଟାଲା ଖବର । ଅଡିଟ ସମୟରେ ସବୁ ସତ ପଦାକୁ ଆସିଛି। ଘୋଟାଲାରେ ସମ୍ପୂର୍ତ୍ତ ଥିବା OTDC ମ୍ୟାନେଜର ଓ ଠିକା କର୍ମଚାରୀଙ୍କୁ ଗିରଫ କରଯାଇଛି । ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇ ଗିରଫ ହୋଇଛନ୍ତି ।

ଖବର ଅନୁଯାୟୀ, ଗତ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିଲେ। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ । ଅଡିଟ ବେଳେ ଏଭଳି ତଥ୍ୟ ଜଣାପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସ ଘଟଣାର ତଦନ୍ତ କରି OTDC ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଏବଂ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ଗିରଫ କରାଯାଇଛି । ବୁଧବାର ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ ।

Related Posts