ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କରଞ୍ଜିଆ ଥାନା ଚିତ୍ରପୋଷି ଗାଁରେ ଅଘଟଣ । ଅପରାହ୍ନ ସମୟରେ ବିଲରେ ଚାଷ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡିବାରୁ ଇଞ୍ଜିନ ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ଚାଳକ ଗୁରୁତର ହୋଇଛନ୍ତି । ଗ୍ରାମବାସୀ ଓ କରଞ୍ଜିଆ ପୋଲିସ ମିଳିତ ଭାବେ ଚାଳକ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି କରଞ୍ଜିଆ ବ୍ଲକ ଅସନବଣି ଗାଁର ଉପେନ୍ଦ୍ର ନାୟକ । ଗୁରୁତର ଟ୍ରାକ୍ଟର ଚାଳକଙ୍କ ନାମ ମହେନ୍ଦ୍ର ମହାକୁଡ଼ଙ୍କ ସ୍ୱାସ୍ଥ୍ୟବସ୍ଥାରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଉନ୍ନତି ହୋଇନାହିଁ ।
