ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିର ଗର୍ଭ ଗୃହରେ ପ୍ରାୟ ଦେଢ଼ କିଲୋ ଓଜନର ଚୂନ ପଥର ଖଣ୍ଡ ଖସିଥିବା ଜଣାପଡ଼ିଛି। ଚୂନ ଖଣ୍ଡ ଟିକୁ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି। ତେବେ ଏଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି ଆଘାତ ଲାଗି ନାହିଁ। ମଙ୍ଗଳବାର ପଥରଟିକୁ ଠାବ କରିବା ସହ ଗାରଦରେ ଜିମା ଦିଆଯାଇଛି। ତେବେ ଏହା ପଥର ନୁହଁ ଚୂନପଥର ବା ପ୍ଲାଷ୍ଟର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ବିଶେଷଜ୍ଞ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା। ତେବେ ରତ୍ନବେଦୀରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ହୁଏତ ସେଥିପାଇଁ ଚୂନପଥର ଖସିଥାଇ ପାରେ ବୋଲି ଅନୁମାନ କରାଯାଉଛି।
