ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଡ୍ରପ୍‌ ଆଉଟ୍‌ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଆସନ୍ତା ଶିକ୍ଷାବର୍ଷରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍‌ କରିବ ଗଣଶିକ୍ଷା ବିଭାଗ। ଯେଉଁସବୁ ବ୍ଲକରେ +୨ କଲେଜ ନାହିଁ, ସେଠାରେ ହାଇସ୍କୁଲକୁ ଅପଗ୍ରେଡ୍‌ କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।ସେ କହିଛନ୍ତି, ମାଟ୍ରିକ ପାସ୍‌ ପରେ +୨ କଲେଜ ନଥିବାରୁ ପିଲାଏ ପାଠ ଛାଡୁଛନ୍ତି। ଏଭଳି ପଦକ୍ଷେପ ପରେ ଝିଅ ପିଲା ବିଶେଷ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ବହୁ ଦୂରରେ କଲେଜ ରହିଛି। ତେଣୁ ମାଟ୍ରିକ୍‌ ପାସ୍‌ ପରେ ଏତେ ଦୂର ଯାଇ ପାଠ ପଢ଼ିବା କାଠିକର ପାଠ ହେଉଛି। ଯେଉଁଥିପାଇଁ ପିଲାମାନେ ପାଠ ପଢ଼ା ଛାଡ଼ୁଛନ୍ତି। ଏଥିରେ ଛାତ୍ରୀମାନେ ବେଶୀ ପ୍ରଭାବିତ ହେଉଛନ୍ତି। ଅଧାରୁ ପାଠ ପଢ଼ା ଛାଡ଼ି ନିଜକୁ ଘର କାମରେ ନିୟୋଜିତ କରୁଛନ୍ତି। ଏଥିରେ ବ୍ରେକ୍‌ ଲଗାଇବା ପାଇଁ ହାଇସ୍କୁଲକୁ ଅପ୍‌ଗ୍ରେଡେସନ୍‌ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଏହାଦ୍ୱାରା ଡ୍ରପ୍‌ ଆଉଟ୍‌ କମିବ ବୋଲି ଆଶା କରାଯାଇଛି।