ବଦଳିଲା ମମତା ବାନାର୍ଜୀଙ୍କ କ୍ୟାବିନେଟ୍, ମନ୍ତ୍ରୀମଣ୍ଡଳରେ ବାବୁଲ୍‌ ସୁପ୍ରିୟୋଙ୍କ ସମେତ ୧୦ ନୂଆ ମୁଁହ ସାମିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ କରିଛନ୍ତି। ମୋଟ ୧୦ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ରେ ଜାଗା ମିଳିଛି। ଏଥିରେ ବାବୁଲ୍‌ ସୁପ୍ରିୟୋଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି। ତେବେ ମମତା ସରକାର ନିଜ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ଏମିତି ସମୟରେ କରିଛନ୍ତି, ଯେତେବେଳେ କି, ତୃଣମୂଳ କଂଗ୍ରେସ ଦଳ ପାର୍ଥ ଚାଟାର୍ଜୀଙ୍କ କାରଣରୁ ଟାର୍ଗେଟରେ ରହିଛି।

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନରେ ବାବୁଲ ସୁପ୍ରିୟୋଙ୍କ ନାମ ସବୁଠାରୁ ଚର୍ଚ୍ଚାରେ ରହିଛି। ସେ ୨୦୨୧ ସେପ୍ଟେମ୍ବରରେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ। ୨୦୨୨ ଏପ୍ରିଲରେ ବାବୁଲ ପଶ୍ଚିମବଙ୍ଗର ବାଲିଗଞ୍ଜ ଆସନରୁ ବିଧାନସଭା ଉପନିର୍ବାଚନ ଜିତି ବିଧାୟକ ହୋଇଥିଲେ। ଏହା ପୂର୍ବରୁ ସେ ନିଜ ଲୋକସଭା ଆସନ ଆସନସୋଲରୁ ଇସ୍ତାଫା ଦେଇଥିଲେ। ଏହାପରେ ହିଁ ସେ ତୃଣମୂଳ କଂଗ୍ରେସରେ ମିଶିଥିଲେ।

ସୂଚନାଥାଉକି, ପୂର୍ବରୁ ଦଳୀୟ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ନାମ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସାମ୍ନାକୁ ଆସିଛି। ଉଭୟେ ଏବେ ଇଡି ହେପାଜତରେ ଅଛନ୍ତି। ଇଡି କାର୍ଯ୍ୟାନୁଷ୍ଠାନ ପରେ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀପଦରୁ ହଟାଇ ଦିଆଯାଇଥିଲା। ସେତେବେଳେ ମମତା ବାନାର୍ଜୀ ପୂର୍ବରୁ ହିଁ ଇସାରା ଦେଇଥିଲେ ଯେ ସେ ନିଜ ମନ୍ତ୍ରୀମଣ୍ଡଳରେ କିଛି ନୂଆ ଚେହେରାଙ୍କୁ ସାମିଲ କରି ପାରନ୍ତି। ୨୦୨୧ରେ ସରକାର ଗଠନ ପରେ ମମତାଙ୍କର ଏହା ପ୍ରଥମ କ୍ୟାବିନେଟ୍‌ ପରିବର୍ତ୍ତନ।

Related Posts