ନୂଆଦିଲ୍ଲୀ :ଦେଶରେ ଦୋଳି ଖେଳୁଛି କରୋନା ଗ୍ରାଫ୍। କେତେବେଳେ ବଢ଼ୁଛି ତ ଆଉ କେତେବେଳେ କମୁଛି । ଦେଶରେ ମାମଲା ସାମୟିକ କମିଲା ପରେ ଏବେ ପୁଣି ବଢିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ବଢିବା ପରେ ସାମାନ୍ୟ କମିଛି। ମୃତ୍ୟୁସଂଖ୍ୟାରେ ବି କାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୧୬ ହଜାର ଟପିଛି ।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୬୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୪୨ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ୧୩୫୫୧୦ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୩୪ ଲକ୍ଷ ୯୯ ହଜାର ୬୫୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ୫୨୬୭୩୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି।