ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ସେପଟେ ଏହି ଲଗାଣ ବର୍ଷା ଯୋଗୁଁ ପୁଣି ହଇଜା, ଝାଡାବାନ୍ତି ବ୍ୟାପିବାର ସମ୍ଭାବନା ରହିଛି । ଏନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହାସହିତ ସମ୍ଭାବ୍ୟ ପରିସ୍ଥିତି ନେଇ ସତର୍କ ରହିବାକୁ ସବୁ ଜିଲ୍ଲାର ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।
ପୂର୍ବରୁ ଝାଡାବାନ୍ତି ବ୍ୟାପିଥିବା ୭ ଜିଲ୍ଲା ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ନଜର ରଖାଯାଇଛି ।ସେହି ସବୁ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବା ସହିତ ଡାକ୍ତର ଟିମ୍ ମଧ୍ୟ ବୁଲୁଛନ୍ତି । ଲଗାତର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ କଥା ହେଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ତେବେ ଗତ କିଛି ଦିନ ହେଲା ରାଜ୍ୟରେ ଲଗାଣ ବର୍ଷା ଲାଗିରହିଥିବାରୁ କମି ଯାଇଥିବା ହଇଜା ପୁଣି ଥରେ ବ୍ୟାପିବାର ଆଶଙ୍କା କରାଯାଉଛି ।





