ହସ୍ପିଟାଲରେ କମେଡିଆନ୍ ରାଜୁ ଶ୍ରୀବାସ୍ତବ

ମୁମ୍ୱାଇ : ହସ୍ପିଟାଲରେ ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବ । ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଥାଉକି, ସେ ହୃଦଘାତର ଶିକାର ହୋଇଛନ୍ତି । ତାଙ୍କ ଭାଇ ଓ ରାଜୁଙ୍କ ପିଆରଓ ଏନେଇ ସ୍ପଷ୍ଟ କରିଛନ୍ତି ।

ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍ ଓ୍ୱାର୍କଆଉଟ କରୁଥିଲେ। ଏପରିକି ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଫଳରେ ସେ ତଳେ ଗଳିପଡିଥିଲେ । ଏହା ପରେ ରାଜୁଙ୍କୁ ସଂଗେ ସଂଗେ ହସ୍ପିଟାଲକୁ ନିଆଯାଇଥିଲା । ପିଆରଓଙ୍କ କହିବା ମୁତାବକ ସେ ତାଙ୍କ ସହଯୋଗୀଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ ।

ଏଥିପାଇଁ ସେ ହୋଟେଲରେ ରହୁଥିଲେ । ଠିକ୍ ସେତିକିବେଳେ ତାଙ୍କୁ ହୃଦଘାତ ହୋଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ପିଆରଓ କମେଡିଆନଙ୍କ ସମସ୍ତଙ୍କ ଫ୍ୟାନ୍ସଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି ।

Related Posts