୭୯ ବର୍ଷରେ ପାଦ ଥାପିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ଚରିଆଡୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କର ଆଜି ଜନ୍ମଦିନ। ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି ସୁର। ସୁରଙ୍କ ଜନ୍ମଦିନରେ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ବହୁ ପ୍ରଂଶସକ ଓ କଂଗ୍ରେସ କର୍ମୀ।

ନିଜ ବେବାକ୍ ଅନ୍ଦାଜ ଓ ମଜାଳିଆ କଥାବାର୍ତ୍ତା ପାଇଁ ଓଡ଼ିଶାର ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୁରଙ୍କୁ ବେଶ୍ ପ୍ରଶଂସା କରନ୍ତି। ନିଜର ମାଡ଼ି ଚାଲ ଡାଇଲଗ କହି କର୍ମୀ ଓ ସମର୍ଥକଙ୍କୁ ସବୁବେଳେ ଉତ୍ସାହିତ କରନ୍ତି ସୁର। ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ। ସେ ଯାହା କହନ୍ତି ଏକଦମ ସିଧା ଓ ରୋକଠୋକ।ବୟସାଧିକ୍ୟ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌। ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯୁବକ ଭଳି ସୁସ୍ଥ ରଖିଛନ୍ତି।

ତେବେ ବିଜେବି କଲେଜରୁ ଛାତ୍ର ରାଜନୀତି ଆରମ୍ଭ କରି ୧୯୭୭ରେ ପ୍ରଥମ ଥର ପାଇଁ ସେ ଜନତା ଦଳ ଟିକଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ କଂଗ୍ରେସ ଟିକଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ନିର୍ବାଚିତ ହୋଇଛନ୍ତି।

Related Posts