ରାଜ୍ୟବାସୀଙ୍କ ରାଖୀ ପୂର୍ଣ୍ଣିମାର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ: ନବୀନ ନିବାସକୁ ନ ଆସିବାକୁ କଲେ ଅନୁରୋଧ

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ରାଖୀ ପୂର୍ଣ୍ଣିମା। ଭାଇ ଓ ଭଉଣୀର ପବିତ୍ର ସଂପର୍କର ଦିନ । ଏହି ଦିନରେ ପ୍ରତେକ୍ ଭଉଣୀ ଭାଇ ହାତରେ ରାଖି ବାନ୍ଧିଥାଏ । ଏହି ଦିନକୁ ଚାହିଁ ରହିଥାଏ ଭଉଣୀ । ତେବେ ଏହି ପବିତ୍ର ସଂପର୍କ ଓ ହସ ଖୁସି ର ଦିନକୁ ଖୁବ୍ ଆନନ୍ଦର ସହ ପାଳନ କରିବାକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ବାସୀଙ୍କୁ ଅଭିନନନ୍ଦ ଜଣାଇଛନ୍ତି ।

ଏଥିସହ ରକ୍ଷା ବନ୍ଧନରେ କେହି ନବୀନ ନିବାସକୁ ନ ଆସିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

କରୋନାକୁ ଦୃଷ୍ଟିରେ ରଖି ଗହଳି ନ କରି ନିରାପଦରେ ଲୋକେ ରକ୍ଷା ବନ୍ଧନ ପର୍ବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Related Posts