ନିଜେ ନିଜକୁ ବିବାହ କଲେ ଅଭିନେତ୍ରୀ କନିଷ୍କା ସୋନି

ମୁମ୍ବାଇ : ବିବାହ ଓ ପ୍ରେମ ସମ୍ପର୍କକୁ ନେଇ ଏବେ ବଦଳୁଛି ଲୋକଙ୍କ ଚିନ୍ତାଧାରା । ସମୟ ବଦଳିବା ସହ ସମୟ ସହ ନିଜକୁ ଖାପ ଖୁଆଇ ଆଗକୁ ବଢ଼ି ଚାଲିଛି ମଣିଷ । ଆଧୁନିକ ସମାଜରେ ଅନେକ ମହିଳା ଏବେ ଏକାକୀ ଜୀବନ ବିତାଇବାକୁ ପସନ୍ଦ କରୁଛନ୍ତି । ଏହି ତାଲିକାରେ ସାମିଲ୍‌ ହେଉଛନ୍ତି ଟିଭି ଧାରାବାହିକ ‘ଦିୟା ଔର ବାତୀ ହମ୍‌’ ଅଭିନେତ୍ରୀ କନିଷ୍କା ସୋନି। ଠିକ୍‌ ସେ ମଧ୍ୟ ସେମିତି ଚିନ୍ତାଧାରା ରଖନ୍ତି । ସେଥିପାଇଁ ସେ ନିଜକୁ ବିବାହ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । କନିଷ୍କା ନିଜର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ମଥାରେ ସିନ୍ଦୂର ଲଗାଇଛନ୍ତି ଏବଂ ବେକରେ ମଙ୍ଗଳସୂତ୍ର ପିନ୍ଧିଛନ୍ତି ।

କିନ୍ତୁ ସବୁଠାରୁ ବଡ କଥା ହେଉଛି ଫଟୋ ସହ ସେ ଯାହା କ୍ୟାପ୍‌ସନ ଲେଖିଛନ୍ତି, ତାହା ଦେଖି ଲୋକେ ଚକିତ ହେଉଛନ୍ତି । ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧିଥିବା ଫଟୋ ସେୟାର କରି କନିଷ୍କା ଲେଖିଛନ୍ତି ‘ମୁଁ ନିଜକୁ ହିଁ ବିବାହ କରିଛି । ମୁଁ ମୋର ସମସ୍ତ ସ୍ୱପ୍ନ ନିଜେ ପୂରଣ କରିଛି । ଯେଉଁ ବ୍ୟକ୍ତିକୁ ମୁଁ ଭଲପାଏ, ସେ ହେଉଛି ମୁଁ ନିଜେ । ମୋତେ କୌଣସି ପୁରୁଷର ଆବଶ୍ୟକତା ନାହିଁ । ମୁଁ ମୋର ଗିଟାର୍‌ ସହିତ ସର୍ବଦା ଏକାକୀ ଓ ଏକାନ୍ତରେ ଖୁସି ଅଛି । ମୁଁ ଦେବୀ, ମୁଁ ମଜବୁତ ଓ ଶକ୍ତିଶାଳୀ । ଶିବ ଓ ଶକ୍ତି ସବୁ କିଛି ମୋ ଭିତରେ ଅଛି । ଧନ୍ୟବାଦ ।

କନିଷ୍କାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କନିଷ୍କା ‘ଦିୟା ଔର ବାତୀ ହମ୍‌’, ‘ପବିତ୍ର ରିସ୍ତା’ ଓ ‘ଦେବୀ ଆଦି ପରାଶକ୍ତି’ ଭଳି ଅନେକ ହିଟ୍‌ ଧାରାବାହିକରେ କାମ କରିଛନ୍ତି । ସେ ଏବେ ହଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସେଥିପାଇଁ ବର୍ତ୍ତମାନ ସେ ଟିଭି ଇଣ୍ଡଷ୍ଟ୍ରି ଛାଡ଼ିଛନ୍ତି।

Related Posts