ଜେଡ୍ କ୍ୟାଟେଗୋରୀ ସୁରକ୍ଷା ପାଇଁ ମାସକୁ ୨୦ ଲକ୍ଷ ଟଙ୍କା ଦେବେ ଗୌତମ ଆଦାନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ତଥା ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ଗୌତମ ଆଦାନୀ ବର୍ତ୍ତମାନ ଭିଭିଆଇପି ସୁରକ୍ଷା ଅଧୀନରେ ରହିବେ। ଗୌତମଙ୍କୁ ଜେଡ୍‌ ବର୍ଗର ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ ତାଙ୍କ ସୁରକ୍ଷା ଅଧୀନରେ ସିଆରପିଏଫ୍‌ କମାଣ୍ଡୋ ମାନଙ୍କୁ ନିୟୋଜିତ କରାଯିବ। ଆଦାନୀଙ୍କୁ ସାରା ଦେଶରେ ଜେଡ୍‌ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ ଏବଂ ଏହି ସୁରକ୍ଷା ବ୍ୟବସ୍ଥାର ସମସ୍ତ ଖର୍ଚ୍ଚ ତାଙ୍କୁ ବହନ କରିବାକୁ ପଡ଼ିବ। ପ୍ରତି ମାସରେ ଆଦାନୀଙ୍କୁ ଏହି ଜେଡ୍‌ ସୁରକ୍ଷା ବାବଦକୁ ୧୫ ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

ସୂଚନାଯୋଗ୍ୟ, ଗୌତମ ଆଦାନୀଙ୍କ ସୁରକ୍ଷାରେ ବିପଦ ସମ୍ପର୍କରେ ସୁରକ୍ଷା ଏଜେନ୍ସିମାନେ ତଥ୍ୟ ଦେବା ପରେ କେନ୍ଦ୍ର ସରକାର ତାଙ୍କୁ ଜେଡ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ୨୦୧୩ ମସିହାରୁ ଏହି ଜେଡ ସୁରକ୍ଷା ଭାରତର ଅନ୍ୟତମ ଧନୀ ବ୍ୟକ୍ତି ତଥା ରିଲିଆନ୍ସ ଗ୍ରୁପର ଅଧକ୍ଷ ମୁକେଶ ଆମ୍ବନୀଙ୍କୁ ମଧ୍ୟ ଯୋଗାଇ ଦିଆଯାଉଛି।

Related Posts