ନୂଆଦିଲ୍ଲୀ : ସୋସିଆଲ ମିଡିଆ ଏବେ ଯୁବପିଢି ଙ୍କୁ ଏକ ବଡ଼ ସୁଯୋଗ ଯୋଗାଇ ଦେଉଛି । ସମସ୍ତଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ତେବେ ସୋସିଆଲ ମିଡ଼ିଆ ଯେତିକି ଭଲ ଏବେ ସେତିକି ଖରାପ ପାଲଟିଛି । ସେପଟେ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରସ୍ତୁତ କରି ଦେଶର ନାଗରିକଙ୍କୁ ପ୍ରଭାବିତ କରୁଛି । ତେବେ ଏବେ ଏହା ସରକାରଙ୍କ ପାଇଁ ବଡ ମୁଣ୍ଡବିନ୍ଧା ପାଲଟିଛି ।

କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଲଗାତାର ଏହା ବିରୋଧରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ତାଜା ସୂଚନା ଅନୁଯାୟୀ, ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସହ ଜଡିତ ପ୍ରଚାର ପ୍ରସାର ପାଇଁ ସରକାର ୮ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଛନ୍ତି ।

କେନ୍ଦ୍ର ସରକାର ଅଂଶୀଦାର କରିଥିବା ସୂଚନା ଅନୁଯାୟୀ, ଆଇଟି ନିୟମ, ୨୦୨୧ ଅନୁଯାୟୀ ୭ଜଣ ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲକୁ ବ୍ଲକ କରାଯାଇଛି । ବାସ୍ତବରେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ୧୧୪ କୋଟିରୁ ଅଧିକ ଥର ଦେଖାଯାଇଛି । ଏହା ବ୍ୟତୀତ ତାଙ୍କର ୮୫ ଲକ୍ଷ ୭୩ ହଜାର ସବଷ୍କ୍ରାଇବର ଥିଲେ ।

ଏହାପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ଏମିତି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏକ ବଡ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଏହା ପରେ ଭାରତରେ ୨୨ ଟି ୟୁଟ୍ୟୁବ୍ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର । ତୁରନ୍ତ ପ୍ରଭାବ ସହିତ ଏହି ଚ୍ୟାନେଲଗୁଡିକ ବ୍ଲକ୍ କରାଯାଇଥିଲା ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସହ ଜଡିତ ପ୍ରଚାର ପ୍ରସାର ପାଇଁ ଏହି ଚ୍ୟାନେଲଗୁଡିକ ଅବରୋଧ କରାଯାଇଥିଲା । ସେଥିମଧ୍ୟରୁ ୧୮ଟି ଭାରତୀୟ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ବ୍ୟତୀତ ୪ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ବ୍ଲକ୍ କରାଯାଇଥିଲା ।