ପୋଲିସ ଇନଫରମର ସନ୍ଦେହରେ ନୂଆପଡାରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଢୋକୁନପାନି ଗାଁ ନିକଟରେ ମାଓବାଦୀ ଘଟାଇଛନ୍ତି ହତ୍ୟାକାଂଡ । ନିଜ ଉପସ୍ଥିତି ଜାହିର କରିବା ସହ ପୋଲିସ ଇନଫରମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । କେବଳ ସେତିକି ନୁହେଁ ମୃତ ଶରୀର ନିକଟରେ ପୋଷ୍ଟର ଛାଡି ଚାଲି ଯାଇଥିବା ସୁଚନା ଦେଇଛନ୍ତି ନୂଆପଡା ଏସପି ।

ମୃତକ ହେଉଛନ୍ତି ଢେକୁନପାନି ଗାଁର । ସେ ଦୀର୍ଘଦିନ ଧରି ପଡୋଶୀ ଛତିଶଗଡ଼ ନଗରାର ଗାଁରେ ରହୁଥିଲେ । ଏବେ କିଛିମାସ ହେବ ପୁଣି ଆସି ଢେକୁନପାନିରେ ରହୁଥିଲେ । ତେବେ ଗତକାଲି ରାତିରେ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଏବେ ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Related Posts