ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କର ଶିକ୍ଷା ମଡେଲ୍ରେ ବିଷୟରେ ଆମେରିକାର ପ୍ରତିଷ୍ଠିତ ଖବର କାଗଜ ନ୍ୟୁୟର୍କ ଟାଇମ୍ସ ଓ ୟୁଏଇର ପ୍ରତିଷ୍ଠିତ ଖବର କାଗଜ ଖଲିଜ୍ ଟାଇମ୍ସରେ ଖବର ପ୍ରକାଶ ପାଇଛି । ତେବେ ଯାହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଖୁସୀ ପ୍ରକାଶ କରିଛନ୍ତି । ଏଥିସହ ସୋସିଆଲ୍ ମିଡିଆରେ ଏନେଇ ସୂଚନା ଦେଇଥିଲେ। ହେଲେ ବିଜେପି ଏବେ ଘଟଣାକୁ ନେଇ ଆପ୍କୁ ଟାର୍ଗେଟ୍ କରିଛି। ଏହା କୌଣସି ରିପୋର୍ଟ ନୁହେଁ, ବରଂ ଟଙ୍କା ଦେଇ ବିଜ୍ଞାପନ ଛପାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭ୍ୟ ଏନେଇ ଟ୍ୱିଟ୍ କରି କହିଛନ୍ତି “ କିପରି ନ୍ୟୁୟ ୟର୍କ ଟାଇମ୍ସ ଓ ଖଲିଜ୍ ଟାଇମ୍ସ ଗୋଟିଏ ଖବରକୁ ସମାନ ଢଙ୍ଗରେ ପ୍ରକାଶ କଲେ। ଖବରର ପ୍ରତ୍ୟେକଟି ଶବ୍ଦ ପୂରା କପି। ଫଟୋ ସମାନ ଓ ଅଥର ବି ସମାନ। ତେବେ ଫଟୋଟି ଏକ ଘରୋଇ ସ୍କୁଲ୍ର। ଦୁଇଟି ପେପର କିପରି ଏମିତ କଲେ? ” ଏହା କୌଣସି ରିପୋର୍ଟ ନୁହେଁ ବରଂ ଟଙ୍କା ଦେଇ ବିଜ୍ଞାପନ କରାଯାଇଛି। ଅମତି ମାଲବ୍ୟ ଟ୍ୱିଟ୍ କରିଛନ୍ତି।
ତା ସହ କେଜରିୱାଲ୍ଙ୍କର ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେ ନ୍ୟୁୟର୍କ ଟାଇମ୍ସରେ ଖବର ଛପିବା ଓ ଛପାଇବା ବହୁତ କଷ୍ଟ ବୋଲି କହୁଛନ୍ତି। ଭିଡିଓରେ ବାରମ୍ବାର ତାଙ୍କର ଖବର ଛପାଇବା ଶବ୍ଦକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଦିଲ୍ଲୀର ଶାଖାର ଆଇଟି ସେଲ୍ ଦେଖୁଥିବା ପୁନୀତ ଅଗରୱାଲ ମଧ୍ୟ ଏହାକୁ ପେଡ୍ ଆଡ୍ଭାର୍ଟାଇସ୍ମେଣ୍ଟକ ବୋଲି କହିଛନ୍ତି।





